शनिवार, 18 सितंबर 2021

"ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ରାସନ ଯୋଗାଣ” (Supply of Dry Ration to Migrant Labors/Workers)

ଅଗଷ୍ଟ 28, 2021 ରେ, ଓଡିଶା ସରକାରଙ୍କ ଅଧୀନରେ ଥିବା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଏକ ଯୋଜନା ଯାହାକି Supply of Dry Ration to Migrant Labors/Workers, ନାମରେ କାଯ୍ୟକାରୀ କରାଯାଇଅଛି l ଏହାକୁ ଓଡ଼ିଆରେ "ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ରାସନ ଯୋଗାଣ ବୋଲି କୁହାଯାଏ l ଯାହାର ମୁଖ୍ୟ ଲକ୍ଷ୍ୟ ହେଉଛି ମହାମାରୀ ଦୂର ନହେବା ଯାଏ ପ୍ରବାସୀ ଶ୍ରମିକମାନଙ୍କୁ ଶୁଖିଲା ରାସନ ଯୋଗାଇବା  l

  •        ଏହା ମୁଖ୍ୟତଃ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଆଇନ ଅଧୀନରେ ଥିବା ୱାନ ନାସନ ୱାନ ରାସନ କାର୍ଡ ମାଧ୍ୟମରେ ସମସ୍ତ ପ୍ରବାସୀ ଶ୍ରମିକମାନେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ରହି ମଧ୍ୟ ଏହି ଯୋଜନାର ସୁବିଧା ପାଇପାରିବେ l
  •        ସେହିପରି, ଯେଉଁ ପ୍ରବାସୀ ଶ୍ରମିକମାନେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ସାମିଲ ଅଛନ୍ତି  ସେମାନେ ୱାନ ନେସନ ୱାନ ରାସନ କାର୍ଡ (One Nation One Ration Card) ଅଧୀନରେ ରାଜ୍ୟ ମଧ୍ୟରେ ଏହି ସୁବିଧା ପାଇପାରିବେ l   

ରାସନ କାର୍ଡ ଉପଲବ୍ଧ ନଥିବା ହିତାଧିକାରୀଙ୍କ ପାଇଁ ପ୍ରଣାଳୀ:-

ଯେଉଁ ପ୍ରବାସୀମାନଙ୍କର ନିଜର ରାସନ କାର୍ଡ ନାହିଁ, ସେମାନେ ନିମ୍ନଲିଖିତ ପ୍ରଣାଳୀ ଅନୁସରଣ କଲେ ଏହି ଯୋଜନାରୁ ବଂଚିତ ହେବେ ନାହିଁ l  

1.    ପଞ୍ଜୀକରଣ ବ୍ୟବସ୍ଥl:

  •     ପଞ୍ଜୀକରଣ ବ୍ୟବସ୍ଥା ସ୍ଥାନ ଅନୁଯାୟୀ ଭିନ୍ନ ଅଟେ l ଯଦି ପ୍ରବାସୀ ବାସିନ୍ଦା ଗ୍ରାମାଞ୍ଚଳରେ ଅଛନ୍ତି ତେବେ ସେ ନିଜର ପଞ୍ଜୀକରଣ ଗ୍ରାମପଞ୍ଚାୟତରେ କାଯ୍ୟ କରୁଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (PEO) ଙ୍କ ଦ୍ୱାରା ନିଜର ପଞ୍ଜୀକରଣ କରିପାରିବେ l ସେହିପରି ଯଦି ପ୍ରବାସୀ ବାସିନ୍ଦା ସହରାଞ୍ଚଳରେ ଅଛନ୍ତି ତାହାହେଲେ ସେ ସହରାଞ୍ଚଳର ସ୍ଥାନୀୟ ସଂସ୍ଥାରେ କାର୍ଯ୍ୟ କରୁଥିବା କମ୍ୟୁନିଟି ଅର୍ଗାନାଇଜର (Community Organizer) ନିକଟରେ ନିଜର ପଞ୍ଜୀକରଣ କରିପାରିବେ 
  •    ଯେଉଁ ପ୍ରବାସୀ ଶ୍ରମିକଙ୍କ ନିକଟରେ ନିଜର କୌଣସି ପ୍ରକାର ପରିଚୟ ପତ୍ର ନାହିଁ ତାହାହେଲେ ସେ ନିଜର ସ୍ଵ-ଘୋଷଣାନାମା ଦେଇ ନିଜର ପଞ୍ଜୀକରଣ କରାଇପାରିବେ l

2.    ପଞ୍ଜୀକରଣ ପର ପର୍ଯାୟ:-

  • ପଞ୍ଜିକରଣର ଦୁଇ ଦିନ ମଧ୍ୟରେ ପ୍ରବାସୀ ଶ୍ରମିକ ପଞ୍ଜୀକରଣ ତାଲିକାକୁ ପର୍ଯ୍ୟବେକ୍ଷକ ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ, ଯାହାର ପ୍ରକ୍ରିୟା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପାଇଁ ଭିନ୍ନ ଅଟେ ଯଥା:-

        1. ଗ୍ରାମାଞ୍ଚଳର ପ୍ରବାସୀ ପଞ୍ଜୀକରଣ ତାଲିକାକୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ABDO)ଙ୍କ ନିକଟରେ ଦାଖଲ କରାଯିବ l

    2.ସହରାଞ୍ଚଳର ପ୍ରବାସୀ ଶ୍ରମିକ ପଞ୍ଜୀକରଣ ତାଲିକାକୁ ଡେପୁଟି କମିଶନର (Deputy Commissioner) କିମ୍ବା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ l

  • ଦାଖଲ କରିବାର ତିନି ଦିନ ମଧ୍ୟରେ ପର୍ଯ୍ୟବେକ୍ଷକ ଅଧିକାରୀ (supervising officer) ଫିଲଡ (field) ରେ ପ୍ରବାସୀ ଶ୍ରମିକ ପଞ୍ଜୀକରଣ ଅନୁଯାୟୀ ପ୍ରକୃତ ହିତାଧିକାରୀଙ୍କର ଅନୁସନ୍ଧାନ କରିବେ l
  • ଏହାପରେ ପ୍ରକୃତ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯିବ ବ୍ଲକ ସ୍ତରରେ ଏବଂ ଏହି ତାଲିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଙ୍କ ଦ୍ୱାରା କଲେକ୍ଟର (collector) ଙ୍କୁ ପଠାଯିବ, ତା'ପରେ ସେ ଏହାକୁ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ (Food Supplies and Consumer Welfare Department) ରେ ଉପସ୍ଥାପନ କରିବେ, ତା'ପରେ ଖାଦ୍ୟ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଥାଏ l

3.  ବଣ୍ଟନ ପରିମାପ :- 

  •       ଏହି ଯୋଜନାରେ ଅନ୍ତର୍ଭୁକ୍ତ ପ୍ରକୃତ ପ୍ରବାସୀ ଶ୍ରମିକ ହିତାଧିକାରୀଙ୍କୁ ମାସକୁ 5 କିଲୋ ଚାଉଳ ମୁଣ୍ଡପିଛା ଜଣଙ୍କୁ ଦିଆଯିବ ଏବଂ ଏହି ଯୋଜନା ଅନୁଯାୟୀ  ଯଦି କୌଣସି ପରିବାରରେ ' ମାସରୁ ଉର୍ଦ୍ଧ ସଦସ୍ୟ ଅଛନ୍ତି, ତେବେ ସେ ମଧ୍ୟ ମାସକୁ 5 କିଲୋ ଚାଉଳ ପାଇବାକୁ ଯୋଗ୍ୟ ହେବେ l
  •      ଖାଦ୍ୟ ବଣ୍ଟନ ବ୍ୟବସ୍ଥା ପ୍ରବାସୀ ପଞ୍ଜୀକରଣ ଅନୁଯାୟୀ ସେମାନଙ୍କୁ ରାସନ ବା  ଶୁଖିଲା ଖାଦ୍ୟ ମୁଖ୍ୟତଃ ପଞ୍ଚାୟତରେ କିମ୍ବା ସୁଲଭ ମୂଲ୍ୟ ଦୋକାନ (Fair Price Shop) ରେ ଯୋଗାଇ ଦିଆଯିବ l
  •      ଯଦି କୌଣସି ପ୍ରବାସୀ ଶ୍ରମିକଙ୍କ ନିକଟରେ ନିଜର ପରିଚୟ ପତ୍ର ନଥାଏ ତେବେ ସେ 
    ସ୍ଵ-ଘୋଷଣାନାମା  ଲେଖିକି ଦେଲେ ରାସନ ପାଇପାରିବେ


 

कोई टिप्पणी नहीं:

एक टिप्पणी भेजें